Abstract
Indian Journal of Modern Research and Reviews, 2026; 4(11): 196-203
କୃପାସାଗର ସାହୁଙ୍କ ଗଳ୍ପରେ ମାନବେତର ଚରିତ୍ର: ଏକ ଅଧ୍ୟୟନ
Author Name: କାଜଲ ପୃଷ୍ଟି
Abstract
<p>“ସ୍ରଷ୍ଟାଟିଏ ସୃଷ୍ଟି ସର୍ଜନା କାଳରେ ସମାଜ ଓ ମଣିଷ ଜୀବନକୁ ଯେପରି ଅର୍ନ୍ତଦୃଷ୍ଟିର ସହିତ ନିରୀକ୍ଷଣ କରିଥାଏ, ଅତିମାନବ ଓ ମାନବେତର ଚରିତ୍ରମାନଙ୍କୁ ମଧ୍ୟ ଅନୁରୂପ ଭାବରେ ବିଚାର କରିଥାଏ। ମାନବେତର ବା ପ୍ରାଣୀଜଗତ ପ୍ରତି ମଣିଷର ଯୁଗେ ଯୁଗେ ଥାଏ ଗଭୀର ଆକର୍ଷଣ, ମମତା ଓ ଅନୁରାଗ । ହୁଏତ ମଣିଷ ପଶୁ ଶିକାର କରେ, ପଶୁର ମାଂସ ଭକ୍ଷଣ କରେ, ପଶୁଙ୍କୁ ନାନା କଷ୍ଟ ଦେଇ କାର୍ଯ୍ୟରେ ନିୟୋଜିତ କରେ । ତଥାପି ତା ହୃଦୟରେ କେଉଁଠି କେମିତି ଅନୁରାଗଟିଏ ରହିଥାଏ । ଫଳରେ ପଶୁ ପକ୍ଷୀଙ୍କ ପ୍ରତି ତା ହୃଦୟରୁ ଝରିଆସେ ସହାନୁଭୂତି। ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ମନୋବିଜ୍ଞାନର ବିକାଶ ଘଟିଛି । ବିଂଶ ଶତାବ୍ଦୀ ବେଳକୁ କେବଳ ମନୁଷ୍ୟର ମନଗହନର ରହସ୍ୟ ସମ୍ପର୍କରେ ନୂତନ ନୂତନ ତଥ୍ୟ ଆବିଷ୍କାର ହୋଇ ନାହିଁ, ପ୍ରାଣୀ ମନସ୍ତତ୍ତ୍ଵ ସମ୍ପର୍କରେ ମଧ୍ୟ ନୂତନ ତଥ୍ୟ ପ୍ରକାଶ ପାଇଛି । ଗବେଷଣା ଓ ବିଚାରବିମର୍ଶ ହୋଇଛି ଓ ସାହିତ୍ୟରେ ମାନବେତର ଚରିତ୍ରମାନଙ୍କୁ ନେଇ ହୋଇଛି ପରୀକ୍ଷା । ଦେଖାଯାଇଛି ମଣିଷ ଓ ମାନବେତର ଚରିତ୍ର ମଧ୍ୟରେ ଭାବ ସାମ୍ୟ, ତାହା ହିଂସା, ଈର୍ଷା, ସଂଘର୍ଷ, ଅବିଶ୍ଵାସ, ବିଶ୍ୱାସଘାତକତା ହେଉ ଅଥବା ସ୍ନେହ, ପ୍ରେମ, ଶ୍ରଦ୍ଧା, ସହାନୁଭୂତି, ତ୍ୟାଗ, ଯୌନତା ଜୀବନ-ବଞ୍ଚିବା ପାଇଁ ସଂଘର୍ଷ ଇତ୍ୟାଦି ନାନା କ୍ଷେତ୍ରରେ ।"(୧) କୃପାସାଗର ସାହୁ ତାଙ୍କର ବିଭିନ୍ନ ଗଳ୍ପରେ ମାନବେତର ଚରିତ୍ର ମାନଙ୍କୁ ସ୍ଥାନ ଦେଇଛନ୍ତି | ତେଣୁ ତାଙ୍କ ଗଳ୍ପରେ ମାନବେତର ଚରିତ୍ରମାନଙ୍କର ଭୂମିକା ଓ ଗୁରୁତ୍ଵକୁ ବୁଝିବାପାଇଁ ସେଗୁଡିକୁ ନିମ୍ନରେ ଆଲୋଚନା କରାଗଲା |</p>
Keywords
ସ୍ରଷ୍ଟା , ସର୍ଜନା , ଅର୍ନ୍ତଦୃଷ୍ଟି, ନିରୀକ୍ଷଣ , ଅତିମାନବ , ମାନବେତର , ଅନୁରାଗ , ସଭ୍ୟତା , ରହସ୍ୟ , ମନସ୍ତତ୍ତ୍ଵ , ଗବେଷଣା , ଯୌନତା , ସଂଘର୍ଷ
