editor.mrrjournal@gmail.com +91-9650568176 E-ISSN: 2584-184X

MRR Journal

Abstract

Indian Journal of Modern Research and Reviews, 2026; 4(3): 386-391

ପ୍ରକୃତିର ନୈସର୍ଗିକ ଆରାଧନା: କନ୍ଧମାଳର କୁଇ ଆଦିବାସୀଙ୍କ ଦାର୍ନିପେନୁ ପୂଜା- ଏକ ଅନ୍ୱେଷଣ ଓ ଅଧ୍ୟୟନ

Author Name: ସାହିଲ କୁମାର ନାୟକ, ଡ଼. ସୁଚିତ୍ରା ମହାନ୍ତି

1. ଅତିଥି ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ରାଉରକେଲା, ଓଡ଼ିଶା, ଭାରତ

2. ଅଧ୍ୟାପିକା, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ରାଉଲକେଲା, ଓଡ଼ିଶା, ଭାରତ

Abstract

<p>ପ୍ରକୃତି ଓ ମଣିଷର ଅବିଚ୍ଛେଦ୍ୟ ସମ୍ପର୍କ ହିଁ ଆଦିବାସୀ ଜୀବନଦର୍ଶନର ମୂଳମନ୍ତ୍ର, ଯେଉଁଠି ଅରଣ୍ୟର ନିସ୍ତବ୍ଧତା ମଧ୍ୟରେ ସ୍ପନ୍ଦିତ ହୁଏ ବିଶ୍ୱବ୍ରହ୍ମାଣ୍ଡର ଆଦିମ ସ୍ୱର । ଓଡ଼ିଶାର ଶ୍ୟାମଳ ଶୋଭାମୟୀ କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା କୁଇ ବା କନ୍ଧ ଜନଜାତିର ପାରମ୍ପରିକ ଜୀବନବୋଧରେ &lsquo;ଦାର୍ନିପେନୁ&rsquo; ବା ଧରିତ୍ରୀ ମାତାଙ୍କ ଆରାଧନା ଏକ ଅନନ୍ୟ ବିଭବ । ଏହା ଏକ ସମ୍ପ୍ରଦାୟର ପାରମ୍ପରିକ ପର୍ବ ମାତ୍ର ନୁହେଁ, ଏହା ହେଉଛି ଧରିତ୍ରୀ ସହ ମାନବୀୟ ଚେତନାର ଏକ ଆଧ୍ୟାତ୍ମିକ ଅନୁବନ୍ଧ <em>l </em>ଏହି ଗବେଷଣାତ୍ମକ ପ୍ରବନ୍ଧରେ କୁଇ ଜନଜାତିଙ୍କ ପ୍ରକୃତି-କୈନ୍ଦ୍ରିକ ଚେତନା ଏବଂ ସେମାନଙ୍କର ନୈସର୍ଗିକ ବିଶ୍ୱାସର ପ୍ରତିଫଳନ ସ୍ୱରୂପ &lsquo;ଦାର୍ନିପେନୁ&rsquo; ପୂଜାର ବିଧିବିଧାନ, ସାମାଜିକ ଗୁରୁତ୍ୱ ଓ ସାଂସ୍କୃତିକ ପୃଷ୍ଠଭୂମିକୁ ସୂକ୍ଷ୍ମ ଭାବେ ବିଶ୍ଳେଷଣ କରାଯାଇଛି। କନ୍ଧ ସଂସ୍କୃତିରେ ଧରଣୀ କେବଳ ଏକ ଶସ୍ୟଦାୟିନୀ ମାଟି ନୁହେଁ, ବରଂ ଜୀବନ ଓ ସୃଷ୍ଟିର ମୂଳ ଆଧାର <em>&ndash;</em> ଏକ ଜୀବନ୍ତ ଦୈବୀ ଶକ୍ତି। ଝଙ୍କାର, ଜାନି ବା ଦାର୍ନି ଆବାଙ୍କ ମନ୍ତ୍ରୋଚ୍ଚାରଣ, ମହୁଲ ମଦିରାର ବାସ୍ନା ସହ ଢୋଲ-ମହୁରୀର ଗମ୍ଭୀର ନାଦ ମଧ୍ୟରେ ପ୍ରକୃତି ଓ ମାନବର ଯେଉଁ ମଧୁର ସମ୍ମିଳନ ଘଟେ,<em> </em>ତାହା ଆଜିର ଯନ୍ତ୍ରଭିତ୍ତିକ ସଭ୍ୟତା ପାଇଁ ପରିବେଶ ସୁରକ୍ଷାର ଏକ ପ୍ରେରଣାଦାୟୀ ବାର୍ତ୍ତା ସୃଷ୍ଟି କରେ । ସାମୂହିକ ଏକତା, ପୂର୍ବପୁରୁଷଙ୍କ ସ୍ମୃତି ଏବଂ ମାଟି ପ୍ରତି ଥିବା ଅନାବିଳ ଭକ୍ତି କିଭଳି କନ୍ଧ ସଂସ୍କୃତିର ପରିଚୟକୁ ସମୃଦ୍ଧ କରିଛି, ତାହା ଏହି ପ୍ରବନ୍ଧର ମୁଖ୍ୟ ପ୍ରତିପାଦ୍ୟ । ଶେଷରେ, ସାମ୍ପ୍ରତିକ ପରିବେଶ ସଙ୍କଟ ସମୟରେ ଆଦିବାସୀଙ୍କ ଏହି ପ୍ରକୃତି-ପୂଜାର ପ୍ରାସଙ୍ଗିକତା ଏବଂ ଏହାର ସଂରକ୍ଷଣର ଆବଶ୍ୟକତା ଉପରେ ଏକ ମୌଳିକ ଆଲୋକପାତ କରାଯାଇଛି, ଯାହା ଓଡ଼ିଶାର ଲୋକ-ସଂସ୍କୃତି ବା ଆଦିବାସୀ ସଂସ୍କୃତି ଗବେଷଣା କ୍ଷେତ୍ରରେ ଏକ ବିନମ୍ର ବୌଦ୍ଧିକ ପ୍ରୟାସ।</p>

Keywords

କନ୍ଧ, କୁଇସଂସ୍କୃତି, ଦାର୍ନିପେନୁ ପୂଜା, କନ୍ଧମାଳ, ଆଦିବାସୀ ପରମ୍ପରା, ଲୋକାଚାର, ଲୋକପ୍ରଥା