editor.mrrjournal@gmail.com +91-9650568176 E-ISSN: 2584-184X

MRR Journal

Abstract

Indian Journal of Modern Research and Reviews, 2026; 4(3): 443-447

ହରେକୃଷ୍ଣ ମହତାବଙ୍କ ‘ପ୍ରତିଭା’ : ନାରୀ ଅସ୍ମିତାର ନବପ୍ରଭା

Author Name: ଡ. ନଳିନୀ କୁମାର ପାଣିଗ୍ରାହୀ

1. ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, କଳିଙ୍ଗ ମହାବିଦ୍ୟାଳୟ, ଘୁ. ଉଦୟଗିରି, କନ୍ଧମାଳ, ଓଡ଼ିଶା, ଭାରତ

Abstract

<p>ଉତ୍କଳ-ଭୂଷଣ, ସ୍ଵାଧୀନତା-ସଂଗ୍ରାମ-ପୁରୋଧା ତଥା ଯୁଗସ୍ରଷ୍ଟା ଡକ୍ଟର ହରେକୃଷ୍ଣ ମହତାବ ଏକାଧାରରେ ରାଷ୍ଟ୍ରନୀତି ଓ ସାରସ୍ଵତ ସାଧନାର ସାର୍ଥକ ସମନ୍ଵୟ ପ୍ରତୀକ ଅଟନ୍ତି । କାରାଗାରର ନିର୍ଜନ ପ୍ରକୋଷ୍ଠରେ ଅନୁଭୂତିର ସିଦ୍ଧ-ଶବ୍ଦରେ ରଚିତ ତାଙ୍କର ଯୁଗାନ୍ତକାରୀ ଉପନ୍ୟାସ <em>&lsquo;</em>ପ୍ରତିଭା<em>&rsquo;</em> (୧୯୪୬) ତତ୍କାଳୀନ ପରାଧୀନ ଭାରତର ସାମାଜିକ ଓ ରାଜନୈତିକ ମହାବିପ୍ଳବର ଏକ ଜୀବନ୍ତ ଆଲେଖ୍ୟ । ସଂପ୍ରତି ଆଲୋଚ୍ୟ ସନ୍ଦର୍ଭରେ, ସାମନ୍ତବାଦୀ ଜମିଦାରୀ ଶୋଷଣ ଓ ଇଂରେଜ ପ୍ରଶାସନର କ୍ରୂର ଅତ୍ୟାଚାର ବିରୁଦ୍ଧରେ ସଂଘଟିତ ଗଣ-ଜାଗରଣର ପୃଷ୍ଠଭୂମିରେ, ନାରୀ ଚେତନାର କ୍ରାନ୍ତିକାରୀ ଅଭ୍ୟୁଦୟକୁ ଅତି ସୂକ୍ଷ୍ମ ଭାବେ ବିଶ୍ଳେଷଣ କରାଯାଇଛି । ସାମାଜିକ ଅଶିକ୍ଷା, ଜାତିପ୍ରଥା ଓ ଅନ୍ତଃପୁରର ଅନ୍ଧକାର ପରିବେଷ୍ଟନୀକୁ ଭେଦକରି ପ୍ରତିଭା, ନବୀନ ଏବଂ ପ୍ରକାଶଙ୍କ ଆଦର୍ଶବାଦ କିଭଳି ଜାତୀୟ ମୁକ୍ତି ସଂଗ୍ରାମକୁ ଏକ ନୂତନ ଦିଗ୍&zwnj;ଦର୍ଶନ ପ୍ରଦାନ କରିଛି, ତାହା ଏଥିରେ ପ୍ରତିପାଦିତ । ବିଶେଷତଃ, ନିଗଡ଼-ବନ୍ଧନରୁ ମୁକ୍ତ ହୋଇ ଅସୂର୍ଯ୍ୟପଶ୍ୟା କୁଳବଧୂରୁ ବିପ୍ଳବିଣୀ ସଂଗ୍ରାମୀରେ ରୂପାନ୍ତରିତ ନାୟିକା <em>&lsquo;</em>ପ୍ରତିଭା<em>&rsquo;</em>ର ଚରିତ୍ର ମାଧ୍ୟମରେ ମହତାବ ଯେଉଁ ନାରୀ-ଜାଗରଣର ସ୍ଵର୍ଣ୍ଣିମ ଆଭା ପ୍ରକଟିତ କରିଛନ୍ତି, ତାର କଳାତ୍ମକ ତଥା ଐତିହାସିକ ପ୍ରାସଙ୍ଗିକତାକୁ ଏହି ପ୍ରବନ୍ଧରେ ତାତ୍ଵିକ ଦୃଷ୍ଟିକୋଣରୁ ଅବତାରଣା କରାଯାଇଛି । ବସ୍ତୁତଃ, ପ୍ରଣୀତ ଗବେଷଣାତ୍ମକ ଆଲେଖ୍ୟଟି ମହତାବୀୟ କଥା-ସାହିତ୍ୟର ସର୍ଜନାତ୍ମକ ଆବେଗ ଓ ସାମାଜିକ ପ୍ରତିବଦ୍ଧତାର ଅନନ୍ୟ ମୂଲ୍ୟାଙ୍କନ ଅଟେ ।</p>

Keywords

ହରେକୃଷ୍ଣ ମହତାବ, ନାରୀ ଜାଗରଣ, ସ୍ଵାଧୀନତା ଆନ୍ଦୋଳନ, ସାମନ୍ତବାଦୀ, ଅନୁଭୂତିକଥାବସ୍ତୁ, ଆଦର୍ଶବାଦୀ