Abstract
Indian Journal of Modern Research and Reviews, 2026; 4(1): 251-254
କନ୍ଧମାଳର ପ୍ରଦର୍ଶନଶୀଳ ଲୋକକଳା: ଶିଙ୍ଗନୃତ୍ୟ
Author Name: ଡକ୍ଟର ନଳିନୀ କୁମାର ପାଣିଗ୍ରାହୀ
Abstract
<p>ଓଡ଼ିଶାର ସାଂସ୍କୃତିକ ମାନଚିତ୍ରରେ କନ୍ଧମାଳର ଅରଣ୍ୟାନୀ ଓ ସେଠାକାର ଆଦିମ ଅଧିବାସୀ କନ୍ଧ ସମ୍ପ୍ରଦାୟର ସାରସ୍ୱତ ଜୀବନଚର୍ଯ୍ୟା ଏକ ସ୍ୱତନ୍ତ୍ର ଗୌରବ ବହନ କରେ। ଏହି ଜନଜାତିଙ୍କ ପ୍ରକୃତି-ପ୍ରୀତି ଓ ବୀରତ୍ୱର ଅନନ୍ୟ ପ୍ରତୀକ ହେଉଛି ପାରମ୍ପରିକ ‘ଶିଙ୍ଗନୃତ୍ୟ’ ବା କୁଇ ଭାଷାର ‘କ୍ରାହେନ୍ଦ୍ରା’। ପ୍ରକୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଆଦିବାସୀ ମାନସର ବନ୍ୟପଶୁଙ୍କ ଆଚରଣକୁ ଅନୁକରଣ କରିବାର ପ୍ରବୃତ୍ତିରୁ ହିଁ ଏହି ପ୍ରାଚୀନ ନୃତ୍ୟର ଅଭ୍ୟୁଦୟ। ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀରେ ଘୁମୁସର ନରେଶ ଗଦାଧର ଭଞ୍ଜଙ୍କ ରାଜକୀୟ ପୃଷ୍ଠପୋଷକତା ଏବଂ ସାମରିକ ବିଦ୍ୟାର ପ୍ରସାର ଏହି ଲୋକନୃତ୍ୟକୁ ଗଣ-ଅଭିମୁଖୀ କରାଇବାରେ ସହାୟକ ହୋଇଥିଲା। ଆଙ୍ଗିକ ଦୃଷ୍ଟିରୁ ଏହା ଏକ ପୁରୁଷ-ପ୍ରଧାନ, ସଙ୍ଗୀତବିହୀନ ସମରକଳାଭିତ୍ତିକ ନୃତ୍ୟ, ଯାହାର ପରିବେଷଣ ଶୈଳୀ ପାଇକ ନୃତ୍ୟ ସହ ସାମଞ୍ଜସ୍ୟ ରଖେ। ମୁଣ୍ଡରେ ପୋଢ଼ ବା ଗୟଳ ଶିଙ୍ଗର ପଗଡ଼ି, ହାତରେ ଟାଙ୍ଗୀ ଓ ଧନୁଶର ଧାରଣ କରି କେବଳ ଦିବସଭାଗରେ ସମ୍ପାଦିତ ହେଉଥିବା ଏହି ନୃତ୍ୟ କନ୍ଧ ଜୀବନର ଉତ୍ସବ, ବିବାହ ଏବଂ ପବିତ୍ର ‘କେଡୁପର୍ବ’ର ମୁଖ୍ୟ ଆକର୍ଷଣ। ଚାଙ୍ଗୁ (କ୍ରାବା) ଓ ମହୁରୀର ଆଦିମ ଧ୍ୱନିରେ କମ୍ପିତ ହେଉଥିବା ଏହି ଶୈଳୀରେ କାଳକ୍ରମେ ହାସ୍ୟରସ ଓ ନାରୀ ଚରିତ୍ରର ସଂଯୋଗ ଘଟିଛି। ମାତ୍ର ବେଗଗାମୀ ଆଧୁନିକତାର କରାଳ ଗ୍ରାସରେ ଆଜି ଏହି ଅନନ୍ୟ ଲୋକସଂସ୍କୃତି ବିଲୁପ୍ତପ୍ରାୟ। ପ୍ରବନ୍ଧରେ ଉକ୍ତ ପ୍ରାଚୀନ କଳାର ଐତିହାସିକ ଗରିମା, ଆଙ୍ଗିକ ବୈଶିଷ୍ଟ୍ୟ ଓ ସାମ୍ପ୍ରତିକ ସଂରକ୍ଷଣର ଜରୁରୀ ଆବଶ୍ୟକତା ଉପରେ ଏକ ସମୀକ୍ଷାତ୍ମକ ଆଲୋକପାତ କରାଯାଇଛି।</p>
Keywords
କନ୍ଧ ସମ୍ପ୍ରଦାୟ,କନ୍ଧସଂସ୍କୃତି,ଚାଙ୍ଗୁ,ମହୁରୀ,ଶିଙ୍ଗନୃତ୍ୟ
