Abstract
Indian Journal of Modern Research and Reviews, 2025; 3(11): 107-111
ହୃଷୀକେଶ ପଣ୍ଡାଙ୍କ ଗଳ୍ପରେ ଜୀବନ ଜିଜ୍ଞାସା
Author Name: ଡ. ସରଳା ସ୍ୱାଇଁ
Abstract
<p>ଓଡ଼ିଆ ସାରସ୍ଵତ ଜଗତରେ ହୃଷୀକେଶ ପଣ୍ଡା ଏକ ଶ୍ରଦ୍ଧାଶୀଳ ସମ୍ଭ୍ରାନ୍ତ ଉଚ୍ଚାରଣ । ଜଣେ ଜୀବନବାଦୀ ସ୍ରଷ୍ଟା ଭାବେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅନସ୍ଵକାର୍ଯ୍ୟ । ସମୟ, ସମାଜ ଓ ଜୀବନର ପରିବର୍ତ୍ତିତ ଚିତ୍ର ପ୍ରତିବିମ୍ଵିତ ହୁଏ ତାଙ୍କ କଥାର ନଦୀରେ । ତାଙ୍କ ସୃଷ୍ଟିରେ ସାମ୍ପ୍ରତିକ ସମାଜ ଜୀବନର ଅବକ୍ଷୟତାର ଚିତ୍ର ଫୁଟି ଉଠେ । ତାଙ୍କ କଥାର ଶବ୍ଦ ଶବ୍ଦଭେଦୀ ବ୍ରଜ ପାଲଟି ଯାଏ । ତାଙ୍କ ମତରେ ସୃଷ୍ଟି ପଛରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥାଉ ବା ନ‌<em> </em>ଥାଉ ସୃଷ୍ଟିର ଆତ୍ମପ୍ରକାଶ ପରେ କିଛିଟା ଉଦ୍ଦେଶ୍ୟ ସାଧନ କରିପାରେ । ତେଣୁ କାହାଣୀର ବାସ୍ତବତା ବଡ଼, ଆମ ସମାଜର ସାମାଜିକ ରୂପଟିକୁ ଭେଟୁ ମାତ୍ର ଭିତରଟା ପାଉନା ତା'ଭିତର ଅନ୍ଧାରକୁ ଦେଖି ପାରୁନା । ଆଜିର କ୍ଷୁଦ୍ରଗଳ୍ପ ଧୀରେ ଧୀରେ ଏହି ସ୍ତରକୁ ଉତ୍ତୀର୍ଣ୍ଣ<em> </em>ହୋଇ ଆଉ ଏକ ପୃଥିବୀର ସନ୍ଧାନୀ । ବାହ୍ୟ ପୃଥ‌ିବୀ ମଣିଷର ଓ ମଣିଷର ଅନ୍ତରୀଣ ପୃଥିବୀର ସଂଘାତ ଏବଂ ତହିଁରୁ ଉତ୍ତରଣ ହିଁ ଏହି ଆଲୋଚନାର ବିଷୟବସ୍ତୁ ।</p>
Keywords
ମୁକ୍ତକାମୀ,ବାହ୍ୟରୂପ, ନିରୂଦ୍ଧିଷ୍ଟ ,ପ୍ରତିଶ୍ରୁତି , ଛଞ୍ଚାଣ, ତଲ୍ଲୀନତା, ସ୍ଵାତିଲଗ୍ନ।
