Abstract
Indian Journal of Modern Research and Reviews, 2025; 3(10): 88-91
ଗୋପବନ୍ଧୁଙ୍କ ସାହିତ୍ୟରେ ମୂଲ୍ୟବୋଧର ସନ୍ଧାନ (ପ୍ରସଙ୍ଗ: ନଚିକେତା ଓ ଧର୍ମପଦ)
Author Name: ଜ୍ଞାନୀଦେବାଶିଷ ମିଶ୍ର
Abstract
<p>ଏହି ସନ୍ଦର୍ଭଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସାହିତ୍ୟିକ ଆଦର୍ଶ ତଥା ତାଙ୍କ ରଚିତ <em>'</em>ନଚିକେତା ଉପାଖ୍ୟାନ<em>' </em>ଓ <em>'</em>ଧର୍ମପଦ<em>' </em>କାବ୍ୟର ତାତ୍ତ୍ଵିକ ତଥା ସମାନ୍ତରାଳ ବିଶ୍ଳେଷଣ ଉପରେ ଆଧାରିତ। ସତ୍ୟବାଦୀ ଯୁଗର ସାହିତ୍ୟିକମାନେ କିପରି କାବ୍ୟସୃଷ୍ଟିକୁ କେବଳ ମନୋରଞ୍ଜନ ନୁହେଁ<em>, </em>ବରଂ ଜାତୀୟତାବୋଧ<em>, </em>ସମାଜସେବା ଓ ମୂଲ୍ୟବୋଧ ପ୍ରତିଷ୍ଠାର ମାଧ୍ୟମ କରିଥିଲେ<em>, </em>ତାହା ଏଠାରେ ଆଲୋଚିତ। ବ୍ୟକ୍ତିଗତ ସ୍ୱାର୍ଥ ତ୍ୟାଗ କରି ସମୂହ ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିବାର ଯେଉଁ ଚରମ ଆଦର୍ଶ <em>'</em>ନଚିକେତା<em>' </em>ଓ <em>'</em>ଧର୍ମପଦ<em>' </em>ଚରିତ୍ର ମାଧ୍ୟମରେ ପ୍ରତିଫଳିତ<em>, </em>ତାହା କିପରି ଏକ <em>'</em>ଜାତୀୟ ନାୟକତ୍ୱ<em>' (Role Model) </em>ସୃଷ୍ଟି କରିବାର ସଫଳ ପ୍ରୟାସ ଥିଲା<em>, </em>ତାହାର ଗଭୀର ଅନୁଶୀଳନ କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ।</p>
Keywords
ସତ୍ୟବାଦୀ ଯୁଗ, ଗୋପବନ୍ଧୁ ଦାସ, ନଚିକେତା, ଧର୍ମପଦ, ଜାତୀୟତାବୋଧ, ଆତ୍ମୋତ୍ସର୍ଗ, ଜାତୀୟ ନାୟକତ୍ୱ, ମୂଲ୍ୟବୋଧ।
