editor.mrrjournal@gmail.com +91-9650568176 E-ISSN: 2584-184X

MRR Journal

Abstract

Indian Journal of Modern Research and Reviews, 2026; 4(1): 255-264

ଓଡ଼ିଆ କବିତାର ଚିଦାକାଶରେ ଏକ ସ୍ୱତନ୍ତ୍ର ଆଭା - କବି ବିଦ୍ୟୁତପ୍ରଭା

Author Name: ଆଲୋକ ରଞ୍ଜନ ଷଡଙ୍ଗୀ

1. ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ବାଜିରାଉତ ସ୍ମୃତି ମହାବିଦ୍ୟାଳୟ, ଭୁବନ, ଢେଙ୍କାନାଳ, ଓଡ଼ିଶା, ଭାରତ

Abstract

<p>କବିତାର ଇତିହାସରେ କବି ବିଦ୍ୟୁତପ୍ରଭା ଦେବୀ (୧୯୨୩-୧୯୭୭) ଜଣେ ସ୍ୱତନ୍ତ୍ର ଓ ବହୁମୁଖୀ ପ୍ରତିଭା। ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ଦଶକରେ (୧୯୪୭-୧୯୫୭) ଅତ୍ୟଧିକ ସକ୍ରିୟ ଥିବା ଏହି କବୟିତ୍ରୀ ଜାତୀୟତାବାଦ, ପଲ୍ଲୀଜୀବନ, ପ୍ରକୃତି, ରୋମାଣ୍ଟିକ୍ ପ୍ରେମ, ସାମାଜିକ ପ୍ରତିବାଦ, ମାନବବାଦ ଓ ଆଧ୍ୟାତ୍ମିକତାର ବିଭିନ୍ନ ଧାରାକୁ ନିଜ କବିତାରେ ସଫଳତାର ସହିତ ସମ୍ମିଳିତ କରିଛନ୍ତି।<em> </em>ତାଙ୍କ ପ୍ରଥମ ଦଶକର ରଚନାଗୁଡ଼ିକ (&lsquo;ସବିତା&rsquo;, &lsquo;ଉତ୍କଳ ସାରସ୍ୱତ ପ୍ରତିଭା&rsquo;, &lsquo;କନକାଞ୍ଜଳି&rsquo;, &lsquo;ମରୀଚିକା&rsquo;, &lsquo;ବିହାୟସୀ&rsquo;, &lsquo;ବନ୍ଦନିକା&rsquo;, &lsquo;ସ୍ୱପ୍ନଦୀପ&rsquo;, &lsquo;ଝରାଶିଉଳି&rsquo; ଆଦି) ତାଙ୍କ ପ୍ରତିଭାର ପରିପୂର୍ଣ୍ଣ ପରିଚୟ ଦିଏ। ପରବର୍ତ୍ତୀ ସମୟରେ ଶିଶୁ ସାହିତ୍ୟ ଓ ଆଧ୍ୟାତ୍ମିକ ରଚନା ପ୍ରତି ମୋଡ଼ ନେଇଥିଲେ ମଧ୍ୟ ତାଙ୍କ ପ୍ରଥମ ପର୍ଯ୍ୟାୟର କବିତା ଓଡ଼ିଆ ସାହିତ୍ୟରେ ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଲେଖକ ଚିତ୍ତରଞ୍ଜନ ଦାସଙ୍କ ଉଦ୍ଧୃତି ସହିତ ପ୍ରବନ୍ଧରେ ବିଦ୍ୟୁତପ୍ରଭାଙ୍କୁ &lsquo;ନାରୀ କବି&rsquo; ଆଖ୍ୟା ଦେବାର ପୁରୁଷତାନ୍ତ୍ରିକ ଦୃଷ୍ଟିକୋଣର ସମାଲୋଚନା କରାଯାଇଛି। ସର୍ବୋପରି, ସହଜ ଭାଷା, ଛନ୍ଦର ସହଜ ପ୍ରବାହ ଓ ହୃଦୟଗ୍ରାହୀ ଅନୁଭୂତି ତାଙ୍କ କବିତାର ମୁଖ୍ୟ ବିଶେଷତ୍ୱ।</p>

Keywords

ବିଦ୍ୟୁତପ୍ରଭା ଦେବୀ, ନାରୀକବି, ଓଡ଼ିଆ କବିତା, ଜାତୀୟତାବୋଧ, ପଲ୍ଲୀଜୀବନ।