Abstract
Indian Journal of Modern Research and Reviews, 2026; 4(8): 272-277
ପାଶ୍ଚାତ୍ୟ ସାହିତ୍ୟରେ ମିଥ୍: ଏକ ସମୀକ୍ଷାତ୍ମକ ଆଲୋଚନା Myth in Western Literature: A Critical Discussion
Author Name: ରୁଦ୍ର ନାରାୟଣ ବେଉରା
Abstract
<p>ଏହି ପ୍ରବନ୍ଧରେ ପାଶ୍ଚାତ୍ୟ ସାହିତ୍ୟରେ ମିଥ୍‌ର ସ୍ୱରୂପ, ଉତ୍ପତ୍ତି, ବିକାଶ ଓ ସାହିତ୍ୟିକ ପ୍ରୟୋଗ ସମ୍ପର୍କରେ ଆଲୋଚନା କରାଯାଇଛି। ମିଥ୍‌ କେବଳ ପ୍ରାଚୀନ ମାନବର ଧାର୍ମିକ ବିଶ୍ୱାସ, ଦେବାଦେବୀ ଓ ଅଲୌକିକ କାହାଣୀର ସମାହାର ନୁହେଁ; ଏହା ମାନବ ସଭ୍ୟତାର ସାମୂହିକ ମନୋବୃତ୍ତି, ସାଂସ୍କୃତିକ ଚେତନା ଓ ଅସ୍ତିତ୍ୱବୋଧର ଏକ ଗଭୀର ପ୍ରତିଫଳନ। ଗ୍ରୀକ୍‌ ଓ ରୋମାନ୍‌ ପରମ୍ପରାରୁ ଆରମ୍ଭ କରି ଆଧୁନିକ ଓ ଉତ୍ତର-ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ମିଥ୍‌ ବିଭିନ୍ନ ରୂପ ଓ ପ୍ରତୀକ ମାଧ୍ୟମରେ ସାହିତ୍ୟକୁ ପ୍ରଭାବିତ କରିଆସିଛି। ହୋମର, ସୋଫୋକ୍ଲିଜ୍, ଭର୍ଜିଲ୍‌ଙ୍କ କୃତିଠାରୁ ଆରମ୍ଭ କରି ଜେମ୍ସ ଜଏସ୍, ଟି.ଏସ୍. ଏଲିଅଟ୍‌ ଓ ଅନ୍ୟାନ୍ୟ ଆଧୁନିକ ସାହିତ୍ୟିକଙ୍କ ରଚନାରେ ମିଥ୍‌ର ପୁନଃସୃଜନ ଓ ପୁନଃବ୍ୟାଖ୍ୟା ଦେଖିବାକୁ ମିଳେ। ତେଣୁ ପାଶ୍ଚାତ୍ୟ ସାହିତ୍ୟରେ ମିଥ୍‌ର ଭୂମିକା କେବଳ କାହାଣୀର ଉପାଦାନ ଭାବରେ ସୀମିତ ନୁହେଁ; ଏହା ସାହିତ୍ୟର ଅର୍ଥ, ପ୍ରତୀକ ଓ ମାନବୀୟ ଅନୁଭୂତିକୁ ଗଭୀର କରିବାର ଏକ ପ୍ରଭାବଶାଳୀ ମାଧ୍ୟମ।</p>
Keywords
ମିଥ୍, ପାଶ୍ଚାତ୍ୟ ସାହିତ୍ୟ, ଗ୍ରୀକ୍ ପୁରାଣ, ରୋମାନ୍ ପୁରାଣ, ମିଥ୍ର ପୁନଃସୃଜନ, ପ୍ରତୀକ, ସାମୂହିକ ଚେତନା, ଆଧୁନିକ ସାହିତ୍ୟ, ମିଥ୍ ଚେତନା, ତୁଳନାତ୍ମକ ସାହିତ୍ୟ।
