କ୍ରୀଡ଼ା ସହିତ ମନୁଷ୍ୟର ସମ୍ପର୍କ ଅତି ନିବିଡ଼ । ଏହା ମାନବ ସମାଜକୁ ଆନନ୍ଦ ପ୍ରଦାନ କରିବା ସହିତ ମାନସିକ ଓ ଶାରୀରିକ ତଥା ସାମାଜିକ ସାଧନ କ୍ଷେତ୍ରରେ ସହାୟକ ହୋଇଥାଏ । ଲୋକକ୍ରୀଡ଼ା ଏକ ସାମାଜିକ ପ୍ରକ୍ରିୟା । ଏହା ଲୋକ ସଂସ୍କୃତିର ଏକ ସ୍ଵୟଂସମ୍ପୂର୍ଣ୍ଣ ବିଭବ ଓ ଜୀବନର ପ୍ରାଣସ୍ପନ୍ଦନ । ଓଡ଼ିଶାର ଲୋକକ୍ରୀଡ଼ା, ଓଡ଼ିଶାବାସୀଙ୍କୁ ନିଜର ଅସ୍ତିତ୍ଵ, ଅସ୍ମିତା, ସାମୂହିକ ଚେତନା ସହ ପୁନଃ ପରିଚିତ କରାଇଥାଏ । ଋତୁ ଚକ୍ର ସହ ଖେଳର ସମ୍ପର୍କ, କ୍ରୀଡ଼ା ସଙ୍ଗୀତର ସାହିତ୍ୟିକ ମୂଲ୍ୟ, ପାରସ୍ପରିକ ସମ୍ପର୍କର ଅଭିବୃଦ୍ଧି, ମନୋରଞ୍ଜନ କରିବାର ଏକ ଉତ୍କୃଷ୍ଟ ମାଧ୍ୟମ । ଗୋଷ୍ଠୀଗତ ଜୀବନଯାପନର ପ୍ରୟାସ, ସାମାଜିକ ସ୍ୱୀକୃତି ଏବଂ ବିନା ବ୍ୟୟବହୁଳ ଉପକରଣ ରେ ସୃଷ୍ଟି ହୋଇଥିବା ନିର୍ମଳ ଆନନ୍ଦର ସ୍ଵରୂପ ଏଠାରେ ମୁଖ୍ୟ ପ୍ରସଙ୍ଗ ଭାବେ ଗୃହୀତ। ସାମ୍ପ୍ରତିକ ସଭ୍ୟତାରେ ଲୁପ୍ତପ୍ରାୟ ହୋଇଯାଉଥିବା ପାରମ୍ପରିକ ଲୋକକ୍ରୀଡ଼ା ଗୁଡ଼ିକ ଲୋକଲୋଚନକୁ ଆଣିବା ସହିତ ସଂରକ୍ଷଣ ବ୍ୟବସ୍ଥା ଏବଂ ଆଗାମୀ ଯୁବପିଢ଼ି ପାଇଁ ତାହା କିପରି ଉପାଦେୟ ହୋଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିବା ଆବଶ୍ୟକ ଯାହା ଏହି ବିଷୟର ମୁଖ୍ୟସ୍ଵର । ଏତଦ୍ବ୍ୟତୀତ ଏହି ନିବନ୍ଧଟି ଓଡ଼ିଶାର ମାଟି ଓ ମଣିଷର ଆତ୍ମିକ ସମ୍ପର୍କକୁ ଲୋକକ୍ରୀଡ଼ା ମାଧ୍ୟମରେ ପୁନଃ ଆବିଷ୍କାର କରିବାର ଏକ ବିନମ୍ର ପ୍ରୟାସ ।
ପଶ୍ଚିମଓଡିଶା, ଲୋକକ୍ରୀଡ଼ା, ମୁକ୍ତପ୍ରାଙ୍ଗଣ, କସାଡ଼ି, ବାଗଛେଲ, ବାଟି, ପୁଚି, ସୂତାକୁଲେନ୍, ଅନୁକରଣ।
. ପଶ୍ଚିମ ଓଡ଼ିଶାର ଲୋକକ୍ରୀଡ଼ା - ଏକ ବିମର୍ଷ. Indian Journal of Modern Research and Reviews. 2026; 4(3):328-331
Download PDF