ଓଡ଼ିଆ ଶିଶୁ ସାହିତ୍ୟରେ ଡକ୍ଟର ରାମଚନ୍ଦ୍ର ନାୟକ ଜଣେ ପ୍ରତିଷ୍ଠିତ ଗାଳ୍ପିକ। ଶିଶୁମାନଙ୍କର ଗଳ୍ପ ପ୍ରତି ଥିବା ସ୍ଵାଭାବିକ ଆକର୍ଷଣକୁ ଆଧାର କରି ସେ ବହୁ ଜନପ୍ରିୟ ଗଳ୍ପ ସଂକଳନ ରଚନା କରିଛନ୍ତି। ତାଙ୍କର ପ୍ରମୁଖ କୃତିଗୁଡ଼ିକ ହେଲା - ‘କଣ୍ଢେଇ ଖେଳ’, ‘ସୋଲାବାଲା’, ‘ଆମ ଦେଶର ଜାତୀୟ ପ୍ରତୀକ’, ‘ଆସ ଖୋଲିଦେବା ଗପର ପେଡ଼ି’ ଏବଂ କେନ୍ଦ୍ର ସାହିତ୍ୟ ଆକାଦେମୀ ପୁରସ୍କାର ପ୍ରାପ୍ତ ‘ବଣ ଦେଉଳର ସୁନା ନେଉଳ’। ତାଙ୍କ ଗଳ୍ପଗୁଡ଼ିକରେ କେବଳ ମନୋରଞ୍ଜନ ନାହିଁ, ବରଂ ନୀତିଶିକ୍ଷା, ଜାତୀୟତା ବୋଧ, ପରିବେଶ ସୁରକ୍ଷା, ସତ୍ୟବାଦିତା, ପରୋପକାର ଏବଂ ସ୍ୱଚ୍ଛତାର ବାର୍ତ୍ତା ଭରି ରହିଛି। ସେ ପୌରାଣିକ କାହାଣୀ, ଐତିହାସିକ କିମ୍ବଦନ୍ତୀ ଏବଂ ଜୀବଜନ୍ତୁଙ୍କ ମାଧ୍ୟମରେ ଶିଶୁମାନଙ୍କର ଜିଜ୍ଞାସା ପ୍ରଶମିତ କରିବା ସହ ସେମାନଙ୍କ ବ୍ୟକ୍ତିତ୍ଵ ଗଠନରେ ସହାୟକ ହୋଇଛନ୍ତି।
ଶିଶୁ ,ମନସ୍ତତ୍ତ୍ୱ,ନୀତିଶିକ୍ଷା,ଜାତୀୟତା,ପରିବେଶ ସୁରକ୍ଷା,ହାସ୍ୟରସ,କେନ୍ଦ୍ର ସାହିତ୍ୟ ଆକାଦେମୀ,ସରଳ ଶବ୍ଦ ଗୁମ୍ଫନ।
. ମାନବୀୟ ସମ୍ବେଦନା ଓ ନୈତିକ ଆଦର୍ଶ : ଡକ୍ଟର ରାମଚନ୍ଦ୍ର ନାୟକଙ୍କ ଗଳ୍ପ ସମ୍ଭାର. Indian Journal of Modern Research and Reviews. 2026; 4(5):170-175
Download PDF