editor.mrrjournal@gmail.com +91-9650568176 E-ISSN: 2584-184X
Submit Paper

MRR

  • Home
  • About Us
    • INDEXING
    • JOURNAL POLIICY
    • PLAGIARISM POLICY
    • PEER REVIEW POLICY
    • OPEN ACCESS POLICY
    • PUBLICATION ETHICS
    • PRIVACY STATEMENT
  • Editorial Board
  • Publication Info
    • Article Submission
    • Submission Guidelines
    • Publication Ethics
    • Journal Policies
    • Aim and Scope
  • Articles & Issues
    • Current Issue
    • Archives
  • Authors Instruction
  • Contact

MRR Journal

Indian Journal of Modern Research and Reviews, 2026; 4(3):443-447

ହରେକୃଷ୍ଣ ମହତାବଙ୍କ ‘ପ୍ରତିଭା’ : ନାରୀ ଅସ୍ମିତାର ନବପ୍ରଭା

Authors: ଡ. ନଳିନୀ କୁମାର ପାଣିଗ୍ରାହୀ;

1. ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, କଳିଙ୍ଗ ମହାବିଦ୍ୟାଳୟ, ଘୁ. ଉଦୟଗିରି, କନ୍ଧମାଳ, ଓଡ଼ିଶା, ଭାରତ

Paper Type: Research Paper
Article Information
Received: 2026-01-09   |   Accepted: 2026-02-28   |   Published: 2026-03-30
Abstract

ଉତ୍କଳ-ଭୂଷଣ, ସ୍ଵାଧୀନତା-ସଂଗ୍ରାମ-ପୁରୋଧା ତଥା ଯୁଗସ୍ରଷ୍ଟା ଡକ୍ଟର ହରେକୃଷ୍ଣ ମହତାବ ଏକାଧାରରେ ରାଷ୍ଟ୍ରନୀତି ଓ ସାରସ୍ଵତ ସାଧନାର ସାର୍ଥକ ସମନ୍ଵୟ ପ୍ରତୀକ ଅଟନ୍ତି । କାରାଗାରର ନିର୍ଜନ ପ୍ରକୋଷ୍ଠରେ ଅନୁଭୂତିର ସିଦ୍ଧ-ଶବ୍ଦରେ ରଚିତ ତାଙ୍କର ଯୁଗାନ୍ତକାରୀ ଉପନ୍ୟାସ ‘ପ୍ରତିଭା’ (୧୯୪୬) ତତ୍କାଳୀନ ପରାଧୀନ ଭାରତର ସାମାଜିକ ଓ ରାଜନୈତିକ ମହାବିପ୍ଳବର ଏକ ଜୀବନ୍ତ ଆଲେଖ୍ୟ । ସଂପ୍ରତି ଆଲୋଚ୍ୟ ସନ୍ଦର୍ଭରେ, ସାମନ୍ତବାଦୀ ଜମିଦାରୀ ଶୋଷଣ ଓ ଇଂରେଜ ପ୍ରଶାସନର କ୍ରୂର ଅତ୍ୟାଚାର ବିରୁଦ୍ଧରେ ସଂଘଟିତ ଗଣ-ଜାଗରଣର ପୃଷ୍ଠଭୂମିରେ, ନାରୀ ଚେତନାର କ୍ରାନ୍ତିକାରୀ ଅଭ୍ୟୁଦୟକୁ ଅତି ସୂକ୍ଷ୍ମ ଭାବେ ବିଶ୍ଳେଷଣ କରାଯାଇଛି । ସାମାଜିକ ଅଶିକ୍ଷା, ଜାତିପ୍ରଥା ଓ ଅନ୍ତଃପୁରର ଅନ୍ଧକାର ପରିବେଷ୍ଟନୀକୁ ଭେଦକରି ପ୍ରତିଭା, ନବୀନ ଏବଂ ପ୍ରକାଶଙ୍କ ଆଦର୍ଶବାଦ କିଭଳି ଜାତୀୟ ମୁକ୍ତି ସଂଗ୍ରାମକୁ ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିଛି, ତାହା ଏଥିରେ ପ୍ରତିପାଦିତ । ବିଶେଷତଃ, ନିଗଡ଼-ବନ୍ଧନରୁ ମୁକ୍ତ ହୋଇ ଅସୂର୍ଯ୍ୟପଶ୍ୟା କୁଳବଧୂରୁ ବିପ୍ଳବିଣୀ ସଂଗ୍ରାମୀରେ ରୂପାନ୍ତରିତ ନାୟିକା ‘ପ୍ରତିଭା’ର ଚରିତ୍ର ମାଧ୍ୟମରେ ମହତାବ ଯେଉଁ ନାରୀ-ଜାଗରଣର ସ୍ଵର୍ଣ୍ଣିମ ଆଭା ପ୍ରକଟିତ କରିଛନ୍ତି, ତାର କଳାତ୍ମକ ତଥା ଐତିହାସିକ ପ୍ରାସଙ୍ଗିକତାକୁ ଏହି ପ୍ରବନ୍ଧରେ ତାତ୍ଵିକ ଦୃଷ୍ଟିକୋଣରୁ ଅବତାରଣା କରାଯାଇଛି । ବସ୍ତୁତଃ, ପ୍ରଣୀତ ଗବେଷଣାତ୍ମକ ଆଲେଖ୍ୟଟି ମହତାବୀୟ କଥା-ସାହିତ୍ୟର ସର୍ଜନାତ୍ମକ ଆବେଗ ଓ ସାମାଜିକ ପ୍ରତିବଦ୍ଧତାର ଅନନ୍ୟ ମୂଲ୍ୟାଙ୍କନ ଅଟେ ।

Keywords

ହରେକୃଷ୍ଣ ମହତାବ, ନାରୀ ଜାଗରଣ, ସ୍ଵାଧୀନତା ଆନ୍ଦୋଳନ, ସାମନ୍ତବାଦୀ, ଅନୁଭୂତିକଥାବସ୍ତୁ, ଆଦର୍ଶବାଦୀ

How to Cite

ଡ. ନଳିନୀ କୁମାର ପାଣିଗ୍ରାହୀ. ହରେକୃଷ୍ଣ ମହତାବଙ୍କ ‘ପ୍ରତିଭା’ : ନାରୀ ଅସ୍ମିତାର ନବପ୍ରଭା. Indian Journal of Modern Research and Reviews. 2026; 4(3):443-447

Download PDF

Useful Links

  • Home
  • About us
  • Editorial Board
  • Current Issue
  • All Issues
  • Submit Paper

Indexing

MRR

Contact Us

Phone: +91-9650568176
Email: editor.mrrjournal@gmail.com | editor.mrrjournal@gmail.com

© Copyright MRR 2023. All Rights Reserved