ଏହି ସନ୍ଦର୍ଭଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସାହିତ୍ୟିକ ଆଦର୍ଶ ତଥା ତାଙ୍କ ରଚିତ 'ନଚିକେତା ଉପାଖ୍ୟାନ' ଓ 'ଧର୍ମପଦ' କାବ୍ୟର ତାତ୍ତ୍ଵିକ ତଥା ସମାନ୍ତରାଳ ବିଶ୍ଳେଷଣ ଉପରେ ଆଧାରିତ। ସତ୍ୟବାଦୀ ଯୁଗର ସାହିତ୍ୟିକମାନେ କିପରି କାବ୍ୟସୃଷ୍ଟିକୁ କେବଳ ମନୋରଞ୍ଜନ ନୁହେଁ, ବରଂ ଜାତୀୟତାବୋଧ, ସମାଜସେବା ଓ ମୂଲ୍ୟବୋଧ ପ୍ରତିଷ୍ଠାର ମାଧ୍ୟମ କରିଥିଲେ, ତାହା ଏଠାରେ ଆଲୋଚିତ। ବ୍ୟକ୍ତିଗତ ସ୍ୱାର୍ଥ ତ୍ୟାଗ କରି ସମୂହ ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିବାର ଯେଉଁ ଚରମ ଆଦର୍ଶ 'ନଚିକେତା' ଓ 'ଧର୍ମପଦ' ଚରିତ୍ର ମାଧ୍ୟମରେ ପ୍ରତିଫଳିତ, ତାହା କିପରି ଏକ 'ଜାତୀୟ ନାୟକତ୍ୱ' (Role Model) ସୃଷ୍ଟି କରିବାର ସଫଳ ପ୍ରୟାସ ଥିଲା, ତାହାର ଗଭୀର ଅନୁଶୀଳନ କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ।
ସତ୍ୟବାଦୀ ଯୁଗ, ଗୋପବନ୍ଧୁ ଦାସ, ନଚିକେତା, ଧର୍ମପଦ, ଜାତୀୟତାବୋଧ, ଆତ୍ମୋତ୍ସର୍ଗ, ଜାତୀୟ ନାୟକତ୍ୱ, ମୂଲ୍ୟବୋଧ।
ଜ୍ଞାନୀଦେବାଶିଷ ମିଶ୍ର. ଗୋପବନ୍ଧୁଙ୍କ ସାହିତ୍ୟରେ ମୂଲ୍ୟବୋଧର ସନ୍ଧାନ (ପ୍ରସଙ୍ଗ: ନଚିକେତା ଓ ଧର୍ମପଦ). Indian Journal of Modern Research and Reviews. 2025; 3(10):88-91
Download PDF