ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳ ଚେତନାର ଅଗ୍ରଦୂତ ଭଗବତୀ ଚରଣ ପାଣିଗ୍ରାହୀଙ୍କ କ୍ଷୁଦ୍ରଗଳ୍ପ ‘ଶିକାର’ ଏକ ଅନବଦ୍ୟ ଓ କାଳଜୟୀ ରଚନା। ଏହି ଆଲୋଚନାରେ ‘ଶିକାର’ ଗଳ୍ପକୁ କେନ୍ଦ୍ର କରି ସମାଜବାଦୀ ବାସ୍ତବତା (Socialist Realism) ଓ ସମାଲୋଚନାଧର୍ମୀ ବାସ୍ତବତା (Critical Realism) ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଗଳ୍ପର ନାୟକ ଘିନୁଆଙ୍କ ଚରିତ୍ର ମାଧ୍ୟମରେ ଲେଖକ ଶୋଷଣ, ଅତ୍ୟାଚାର ଓ ବର୍ଗସଂଘର୍ଷର ଚିତ୍ରଣ କରିଛନ୍ତି। ଆଲୋଚନାରେ ପ୍ରକୃତ ଶିକାରୀ କିଏ, ପ୍ରାକୃତିକ ନ୍ୟାୟ ବନାମ ଆଇନଗତ ନ୍ୟାୟ ଏବଂ ‘ଶିକାର’ ଗଳ୍ପ ପ୍ରଗତିଶୀଳ କି ନୁହେଁ ଏହି ତିନୋଟି ପ୍ରମୁଖ ପ୍ରସଙ୍ଗର ବିଶ୍ଲେଷଣ କରାଯାଇଛି। ବୈଷ୍ଣବ ଚରଣ ସାମଲଙ୍କ ମତକୁ ଆଧାର କରି ଘିନୁଆଙ୍କୁ ସମ୍ପୂର୍ଣ୍ଣ ସାମ୍ୟବାଦୀ ଚେତନାର ପ୍ରତିନିଧି କହିବାରେ ଥିବା ସନ୍ଦେହର ଖଣ୍ତନ କରାଯାଇଛି। ଏଙ୍ଗେଲ୍ସଙ୍କ ବାସ୍ତବତା ସମ୍ପର୍କିତ ଉଦ୍ଧୃତି ସହିତ ପ୍ରମାଣିତ କରାଯାଇଛି ଯେ ଅର୍ଧ-ସଚେତନ ବିଦ୍ରୋହ ମଧ୍ୟ ପ୍ରଗତିଶୀଳ ସାହିତ୍ୟର ଅଂଶ ହୋଇପାରେ। ‘ଶିକାର’ କେବଳ ଓଡ଼ିଆ କ୍ଷୁଦ୍ରଗଳ୍ପର ଏକ ଶିଳ୍ପଗତ ଉତ୍କୃଷ୍ଟ ନମୁନା ନୁହେଁ, ବରଂ ସମାଜବାଦୀ ଚେତନା ଓ ପ୍ରଗତିଶୀଳ ସାହିତ୍ୟର ଏକ ଶକ୍ତିଶାଳୀ ଉଦାହରଣ।
ଭଗବତୀ ଚରଣ ପାଣିଗ୍ରାହୀ, ଶିକାର ଗଳ୍ପ, ସମାଜବାଦୀ ବାସ୍ତବତା, ପ୍ରଗତିଶୀଳ ସାହିତ୍ୟ, ଘିନୁଆ ଚରିତ୍ର, ପ୍ରାକୃତିକ ନ୍ୟାୟ।
ଆଲୋକ ରଞ୍ଜନ ଷଡଙ୍ଗୀ. ଶିକାର : ନବ ପ୍ରଭାତର ସ୍ୱର ଓ ସ୍ଵାକ୍ଷର. Indian Journal of Modern Research and Reviews. 2026; 4(2):452-456
Download PDF